ଇକୋ କ୍ଳବ ପକ୍ଷରୁ ବିଶ୍ଵ ଓଜନ ଦିବସ ପାଳିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟ ଇକୋ କ୍ଳବ ପକ୍ଷରୁ ବିଶ୍ଵ ଓଜନ ଦିବସ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଡ଼. ଶଙ୍କାର ନାରାୟଣ ବେଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସହିଦ ଭଗତସିଂ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ମିନତି ପଟନାୟକ ,ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା,ଅବସରପ୍ରାପ୍ତ ଶିକ୍ଷକ ବାଉରୀ ବନ୍ଧୁ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି କାର୍ୟ୍ୟକ୍ରମ ସମ୍ପର୍କରେ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ବିଜ୍ଞାନ ଶିକ୍ଷକ ବିଘ୍ନରାଜ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଏହି ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବରୁ ବକୃତା ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଶିକ୍ଷକ ଶୁସାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିକ୍ଷାନୁଷ୍ଠାନ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମାଚାରୀ କାର୍ୟ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Comments are closed.