ସମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଶୁକ୍ରବାର ଠାରୁ ପର୍ୟ୍ୟଟକଙ୍କୁ ବେଳାଭୂମି ବାରଣ

ଗୋପାଳପୁର: କେନ୍ଦ୍ରୀୟ ଆଣ୍ଡକ୍ଷମାନ ସାଗର ଅଞ୍ଚଳରେ ବୁଧବାର ସୃଷ୍ଟି ହୋଇ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଗୁରୁବାର ସକାଳ ସମୟରେ ଦକ୍ଷିଣ ପୂର୍ବ ବଙ୍ଗପୋସାଗରର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଲଘୁଚାପର ଆଖି ଚିହ୍ନଟ ହେବା ସହ ସେଠାରେ ସକ୍ରିୟ ରହିଛି।ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଆଗମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବା ସହ ପରବର୍ତ୍ତୀ ସମୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବଙ୍ଗପୋସାଗରରେ ବାତ୍ୟା ରୂପ ଧାରଣ କରିବ ବୋଲି ଜଣାପଡିଛି। ଶନିବାର ସକାଳ ସମୟରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଗତି କରିବା ସମ୍ଭାବନା ରହିଛି।

 

ଏହାର ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରୁ ଦକ୍ଷିଣ ଉପକୂଳ ଓଡ଼ିଶାର କିଛକିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।ତେଣୁ ଶୁକ୍ରବାର ଗଞ୍ଜାମ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତାହା ସହ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଫେରି ଆସିବା ପାଇଁ ସୂଚନା କରାଯାଇଛି। ବାତ୍ୟାକୁ ନଜରରେ ରଖି ଗୋପାଳପୁର ଏନ୍ଏସି ପକ୍ଷରୁ ୩ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଡି ରଖିବା ସହ ଡାକ ବାଜି ଯନ୍ତ୍ର ମଧ୍ୟରେ ଲୋକଙ୍କୁ ସଚେତନ କରାଯିବା ସହ ଶୁକ୍ରବାର ଠାରୁ ପର୍ୟ୍ୟଟକଙ୍କୁ ବେଳାଭୂମି ବାରଣ କରାଯାଇଛି ଏବଂ ଆଜି ରାତ୍ର ସୁଦ୍ଧା ଓଡ୍ରାଫ ଟିମ ଏଠାରେ ପହଞ୍ଚିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ପ୍ରଭାକର କୁଜୁର କହିଛନ୍ତି। ଆଜି ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀ ଫେରୁଥିବା ଦେଖିବାକୁ ମିଳିଛି। ଏହା ସହ ମତ୍ସ୍ୟଜୀବୀ ମାନେ ସେମାନଙ୍କ ଡଙ୍ଗା ଓ ଜାଲ ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Comments are closed.