ଗଞ୍ଜାମ ଜିଲାରେ କୋଭିଡ୍‌-୧୯ ପରିଚାଳନା ପାଇଁ ଦୁଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାର କୋଭିଡ୍‌-୧୯ ପରିଚାଳନା ନିମନ୍ତେ ୨ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଶ୍ରୀ ପାରୁଲ ପଟ୍ଟୱାରୀ ଓ ଶ୍ରୀ ବିଶାଳ ସିଂହଙ୍କୁ ଯଥାକ୍ରମେ ଛତ୍ରପୁର ଓ ଭଞ୍ଜନଗର ସବ୍‌ଡିଭିଜନ୍‌ର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ବ୍ୟତୀତ ୬ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଏଥି ନିମନ୍ତେ ଗଞ୍ଜାମରେ ଅବସ୍ଥାପିତ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.