ସନ୍ତୋଷପୁର ପଞ୍ଚାୟତରେ ଧାନମଣ୍ଡି ଉଦଘାଟିତ

ଗଞ୍ଜାମ: ଗଂଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର କାର୍ତ୍ତିକଢିଅ ଗ୍ରାମରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଖରିଫ ଧାନ ସଂଗ୍ରହ ନିମନ୍ତେ କାର୍ତ୍ତିକଢି ସେବା ସମିତି ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ସରପଞ୍ଚ ଡି. ନିରଞ୍ଜନ ରେଡି । ଅନ୍ୟମାନଙ୍କ ମଧ୍ୟରେ ସେବା ସମିତିର ସମ୍ପାଦକ ଧର୍ମେନ୍ଦ୍ର ଦାସ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ସଭାପତି ଡିଲୁ ରେଡି, ଡି.ନରହରି ରେଡି, ଡି.ରାମସ୍ୱାମୀ ରେଡି, କେ.ହାଡୁ ପାତ୍ର, ଅଶୋକ ସ୍ବାଇଁ, ପ୍ରମୋଦ ସ୍ବାଇଁ , ଯଦୁମଣି ଜେନା, ବିଜୟ କୁମାର ସ୍ୱାଇଁ, ଏସ.ରାମଚନ୍ଦ୍ର ରେଡି, ପି.ଏଲେୟା ରେଡି, କେ ନରସିଂହ ରେଡି, ପିଅନ ଏ.ହରିକୃଷ୍ଣ ରେଡି ପ୍ରମୁଖଙ୍କ ସହ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମର ସମସ୍ତ କମିଟି ମେମ୍ବର ଉପସ୍ଥିତ ରହିଥିଲେ ।

Comments are closed.