ଚୋରି ସନ୍ଦେହରେ ମହିଳାଙ୍କୁ ହତ୍ୟା: ଯୁବକ ଗିରଫ

0

ସୋରଡା:ଗଞ୍ଜାମ ଜିଲା ସୋରଡା ଥାନା ଅମୃତୁଲୁ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି । ଚୋରି ସନ୍ଦେହରେ ଜଣେ ଯୁବକ ତାଙ୍କ ପଡୋଶୀ ମନାସ ଦାସ ନାମ୍ନୀ ମହିଳାଙ୍କୁ ହତ୍ୟା କରିଛି। ପୁଲିସ ଅଭିଯୁକ୍ତ ଯୁବକ ସେହି ଗ୍ରାମର ସନ୍ତୋଷ ନାୟକଙ୍କୁ ଗିରଫ କରିଛି । ଶୁକ୍ରବାର ସନ୍ତୋଷଙ୍କ ଘରୁ କେହି ସୁନା ଚୋରି କରିନେଇଥିବା ତାଙ୍କର ସନ୍ଦେହ ହୋଇଥିଲା । ସନ୍ତୋଷ ତାଙ୍କ ପଡୋଶୀ ମନାସଙ୍କୁ ସନ୍ଦେହ କରି ଗାଳି ଗୁଲଜ କରିଥିଲେ । ଶନିବାର ସକାଳୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସନ୍ତୋଷ ଏକ ଧରୁଆ ଅସ୍ତ୍ରରେ ମନାସଙ୍କୁ ଆକ୍ରମଣ କରିଥିଲେ।  ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସୋରଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।

 

Leave A Reply