ଗଞ୍ଜାମ : ବାହାଘର ଅତିଥି ଶହେରେ ସୀମିତ

ବ୍ରହ୍ମପୁର : ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ପ୍ରଶାସନ ତରଫରୁ ନାନା କଟକଣା ଜାରି କରାଯାଉଥିଲେ ମଧ୍ୟ ଏହା ଫଳପ୍ରଦ ହେଉନି। ଏବେ ଗଞ୍ଜାମ ଜିଲା ପ୍ରଶାସନ ଆଉ ଏକ କଟକଣା ଜାରି କରିଛି । ବାହାଘରରେ ଅତିଥିଙ୍କ ସଂଖ୍ୟା ୧୦୦ରେ ସୀମିତ ରଖିବାକୁ ନିର୍ଦେଶ ଦିଆଯାଇଛି। ବାହାଘରରେ ଭୋଜି ବଦଳରେ ପ୍ୟାକେଟ ଖାଦ୍ୟ ବଣ୍ଟନ କରିବାକୁ ନିର୍ଦେଶରେ ଉଲ୍ଲେଖ କରାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିର୍ଦେଶକୁ ଉଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅପରପକ୍ଷେ ଜିଲାରେ ସୋମବାର ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୧୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୧ହଜାର ୭୧୪ଜଣ ସୁସ୍ଥ ହୋଇଛନ୍ତି ।

Comments are closed.