ହଳଦିଆରୁ ଲାଲ ବଳୟକୁ ଗଲା ଗଞ୍ଜାମ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଜିଲାରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଡେଇଁବା ପରେ ଜିଲା ଲାଲ ବଳୟ ମଧ୍ୟକୁ ଚାଲିଯାଇଛି। ଗତ ୨୪ ଘଣ୍ଟାରେ ଜିଲାରେ ୩୨୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୪୮ରେ ପହଞ୍ଚିଛି।

ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ହଜାର ୬୩୧କୁ ବୃଦ୍ଧି ପାଇଥିବାବବେଳେ ସେମାନଙ୍କ ମଧ୍ୟରୁ ୨୨ହଜାର ୩୧୮ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ଗତ ୨୫ ଘଣ୍ଟାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ୩୫ ବର୍ଷୀୟ ଯୁବକଙ୍କ ମୃତ୍ୟୁ ନେଇ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ଫଳରେ ଜିଲାରେ ମୋଟ ମୃତକଙ୍କ ସଂଖ୍ୟା ୨୫୭ରେ ପହଞ୍ଚିଛି । ଗୋଟିଏ ଦିନରେ ୩ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି । ଶେଷ ଥର ପାଇଁ ଗତ ଅଗଷ୍ଟ ୧୬ ତାରିଖରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮ଥିଲା । କିନ୍ତୁ ତା’ ପରଠୁ ଜିଲାରେ କେବେ ବି ଦୈନିକ ସଂକ୍ରମିତ ୩୦୦ଶହ ଡେଇଁ ନ ଥିଲା।

Comments are closed.