ସେନା ବାହିନୀ ଗାଡି ଦୁର୍ଘଟଣା, ପ୍ରାଣ ହରାଇଲେ ଜଏଣ୍ଟ କମାଣ୍ଡିଙ୍ଗ ଅଫିସର

ଚିକିଟି: ଆସାମରେ ଫାୟାରିଂ ସ୍ଥଳକୁ ଯାଉଥିବା  ସେନା ବାହିନୀର ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ୫ ଜଣ ଗୁରୁତର ହୋଇଛନ୍ତି।

 

ସୂଚନା ଅନୁଯାୟୀ ସୋମବାର ସେନା ବାହିନୀର ଏକ ଗାଡ଼ି ଆସାମରେ ଫାଇରିଂ ସ୍ଥଳକୁ ଯାଉଥିବାବେଳେ ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ଜଏଣ୍ଟ କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି।   ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଏଣ୍ଟ କମାଣ୍ଡିଙ୍ଗ ଅଫିସର ଜଣକ ହେଉଛନ୍ତି ଗଞ୍ଜାମ ଜିଲା ଚିକିଟି ପେଣ୍ଠର କୃଷ୍ଣଚନ୍ଦ୍ର ପଣ୍ଡା । ସେ ସୈନ୍ୟ ବାହିନୀ ପାରାଚୁଟର ବିହାର ୧୪ତମ ରେଜିମେଣ୍ଟର ଜଏଣ୍ଟ କମାଣ୍ଡିଙ୍ଗ ଅଫିସର ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.