ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ ମାମଲା-ତିନି ଲୁଟେରାଙ୍କ ଠାରୁ ଲୁଟ ଟଙ୍କା ଓ ଭୁଜାଲି ଜବତ

ଗଞ୍ଜାମ: ରମ୍ଭା ଥାନାଅନ୍ତର୍ଗତ ପ୍ରୟାଗି ପାଲୁର ରାସ୍ତା ଗତ ଶୁକ୍ରବାର ଦିନ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ମାମଲାର ପର୍ଦ୍ଦାଫାଶ କରିଛି ପୁଲିସ। ଏକ ପ୍ରେସ ମିଟ ମାଧ୍ୟମରେ ପୁଲିସ କହିବା ଅନୁସାରେ ବ୍ୟବସାୟୀଙ୍କ ପିକଅପ ଭ୍ୟାନ ଡ୍ରାଇଭର ହିଁ ଦୁର୍ବୁତ୍ତମାନଙ୍କ ସହ ମିଶି ବ୍ୟବସାୟୀ ଠାରୁ ଟଙ୍କା ଲୁଟିବା ପାଇଁ କରଥିଲେ ମାଷ୍ଟର ପ୍ଲାନ। ଏ ନେଇ ରମ୍ଭା ଥାନା ରେ ସୋମବାର ଏକ ସାମ୍ବାଦିକ ସମ୍ବିଳନୀରେ ଅତରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି । ଡ୍ରାଇଭର ଦୁର୍ବୁତ୍ତଙ୍କୁ ଗୋଡ଼ାଇବା ଅଭିନୟ କରିଥିବା ବେଳେ ଦୁର୍ବୁତ୍ତଙ୍କ ସହ ୫୦ ହଜାର ଟଙ୍କା ପାଇଁ ଏଭଳି କାଣ୍ଡ ଭିଆଇଥିବା ପୁଲିସ ପ୍ରକାଶ କରିଛି। ଦୁର୍ବୁତ୍ତ ମାନେ ହେଲେ ପୁରୀ ଜିଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଅଞ୍ଚଳର ତିତିପି ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ଗୌତମ ଜେନା(୨୪),ଗଣେଶ ପଲେଇଙ୍କ ପୁଅ ଦୀନବନ୍ଧୁ ପଲେଇ(୨୦), ଦେଉଳ ପଡ଼ା ଗ୍ରାମର ପଞ୍ଚାନନ ପାହାନଙ୍କ ପୁଅ ଡ୍ରାଇଭର ମାନସ ପାହାନ(୩୬) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଓ ବ୍ୟବସାୟୀଙ୍କୁ ଆକ୍ରମଣ କରାଯାଇଥିବା ମାରଣାସ୍ତ୍ର ଜବତ କରାଯାଇଛି।

ପ୍ରକାଶ ଯୋଗ୍ୟଯେ ବ୍ୟବସାୟୀ ରବୀନ୍ଦ୍ର ସାହୁ(୬୦)ପୁରୀ ଜିଲ୍ଲା କୁଷ୍ଣପ୍ରସାଦ ଗଡ଼ ବ୍ଲକ ଚାରିଛକ ଅଞ୍ଚଳରେ ଏକ ତେଜରାତି ଦୋକାନ କରିଥିବା ବେଳେ ତିନି ଚାରିଦିନକୁ ଥରେ ବ୍ୟବସାୟ ପାଇଁ ବ୍ରହ୍ମପୁର ଯାଇ ଜିନିଷ ଆଣିଥାନ୍ତି। ଗତ ୧୦ ତାରିଖରେ ସେ ତାଙ୍କ ଓଆର ୦୭ଏକ୍ସ୪୨୬୯ ପିକଅପ ଭ୍ୟାନରେ ଲକ୍ଷାଧିକ ଟଙ୍କା ନେଇ ଡ୍ରାଇଭରଙ୍କ ସହ ବ୍ରହ୍ମପୁର ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ପ୍ରୟାଗୀ ଓ ପାଲୁର ରାସ୍ତାର ସାହେବ କେନାଲ ଶଙ୍ଖ ନିକଟରେ ଓ ଡି ୦୭ଏ୨୭୦୮ ନମ୍ବର ବିଶିଷ୍ଟ ପଲସରରେ ମୋଟର ସାଇକେଲ ରେ ହଠାତ ଆସି ଗୌତମ ଓ ଦୀନବନ୍ଧୁ ପିକଅପ ଭ୍ୟାନକୁ ଅଟକାଇ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ଛୁ ମାରିଥିଲେ। ସେତେବେଳେ ଡ୍ରାଇଭରଜଣକ ଦୁଇ ଦୁର୍ବୁତ୍ତଙ୍କୁ ଗୋଡ଼ାଇବା ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଉକ୍ତ ଘଟଣାର ଛାନ ଭିନ ଆରମ୍ଭ କରିଥିଲେ। ତଦନ୍ତ କରିବାକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଡ୍ରାଇଭର ଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାରୁ ତନାଘନା ଚଳାଇଥିଲେ।ପ୍ରଥମେ ଯାହାକୁ ନେଇ ଦୀନବନ୍ଧୁ ଙ୍କୁ ପୁରୀ ଜିଲ୍ଲା ଡେଲାଙ୍ଗଅଞ୍ଚଳରୁ ଗିରଫ କରିବା ସହ ତାଙ୍କ ଠାରୁ ମାରଣାସ୍ତ୍ର ଓ ଲୁଟ ଅର୍ଥ ଜବତ କରିଥିଲେ।
ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୫୬୩/୨୧ ଅନୁଯାୟୀ ୟୁ/ଏସ ୩୯୪ ଆଇ ପି ଏସ ରେ କୋର୍ଟ ପରୱାର୍ଡ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.