କମେଣ୍ଟମରାକୁ ନେଇ ଗାଁରେ ବୋମାମାଡ ; ଜଣେ ମୃତ, ୩ ଆହତ

ଭଞ୍ଜନଗର : ଗଞ୍ଜାମ ଜିଲା ଭଞ୍ଜନଗର ଥାନାର ଦଦରାଲୁଣ୍ଡା ଗାଁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି  । କମେଣ୍ଟମରାକୁ ନେଇ ଗାଁରେ ୪ଟି ବୋମା ମାଡ କରାଯାଇଛି।  ଏହି ବୋମାମାଡରେ ଗାଁର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।

ସୂଚନାଅନୁସାରେ ଭଞ୍ଜନଗର ଥାନାର ଦଦରାଲୁଣ୍ଡା ଗାଁରେ କମେଣ୍ଟମରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିବା । ପରେ ଏହି ଘଟଣାରେ ୪ ଟି ବୋମାମାଡ କରାଯାଇଥିଲା । ଏଥିରେ ବନ୍ଧ ସାହିରେ ୩ ଗୁରୁତର ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ଆହତ ଡାକ୍ତରଖାନାରେ ଭର୍ତ୍ତି । ଗୁରୁତର ଆହତମାନେ ହେଲେ ଗାଁର ଚନ୍ଦନ ନାଇକ, ଦିଗାମ୍ବର ନାଇକ, ରିତୁ ନାଇକ । ସେହପରି ମୃତକ ଜଣଙ୍କ ହେଲେ କୃଷ୍ଣ ଗୌଡ । ତେବେ ବୋମାମାଡ ପରେ ୪ ଜଣ ଗୁରୁତର ଆହତ ହୋଇପଡିଥିବାବେଳେ ସମସ୍ତଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ପରେ କୃଷ୍ଣ ଗୌଡଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ୬ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି ।

Comments are closed.