ସର୍ବଭାରତୀୟ ନାଟକ ପ୍ରତିଯୋଗିତା; ଗଞ୍ଜାମ କଳାକାରଙ୍କ ବିହାର ଗସ୍ତ

ବ୍ରହ୍ମପୁର: ଆସନ୍ତା ଫେବୃଆରୀ ୭ରୁ ୯ ତାରିଖ ଯାଏଁ ବିହାରର ବରିଆରପୁରଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମର ୧୪ ଜଣିଆ ନାଟ୍ୟଦଳ ଶନିବାର ବିହାର ଗସ୍ତ କରିଛି। ପାତ୍ରପୁର ବ୍ଲକ ଜରଡ଼ାଗଡ଼ ଗ୍ରାମର ଆଶିଷ ଅଂଶୁମାନ ସୌଖିନ କଳାକାର ସଙ୍ଘ ତରଫରୁ ଟିମ୍‌ ଲିଡ଼ର ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଦଳ ଏହି ଗସ୍ତ କରିଛି ।

ଦଳ ତରଫରୁ ସେଠାରେ ଆସନ୍ତା ୮ ତାରିଖ ଦିନ ନାଟ୍ୟକାର ରାଜଗୋପାଳ ପାଢ଼ୀଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ ହେବ ବୋଲି ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ନାଟକରେ ବିଭିନ୍ନ ଚରିତ୍ରରେ ଡ଼. ରାମଶଙ୍କର ପଟ୍ଟନାୟକ, ନୀଳାଞ୍ଚଳ ପାତ୍ର, ସୁଧାକର ମହାରଣା, ଭଗବାନ ମଲ୍ଲିକ, ସୁଶାନ୍ତ ପାଣିଗ୍ରାହୀ, ରାଜଗୋପାଳ ପାଢ଼ୀ ଓ ସାଗରିକା ଭୋଇ ପ୍ରମୁଖ ଅଭିନୟ କରୁଥିବା ବେଳେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏହି ନାଟ୍ୟ ଦଳରେ ରବୀନ୍ଦ୍ର ମିଶ୍ର,ସତ୍ୟବାଦୀ ଗୌଡ଼,ଋତୁପର୍ଣ୍ଣ ପାଣିଗ୍ରାହୀ, କବିରାଜ ସାହୁ, ସ୍ୱୟଂ ପାତ୍ର ଓ ନିରୂପା ରାଣୀ ପାଢ଼ୀ ପ୍ରମୁଖ ଗସ୍ତ କରିଛନ୍ତି । ନାଟ୍ୟ ଦଳକୁ ପ୍ରଦୀପ ପଣ୍ଡା,ରାଜେଶ ମହାନ୍ତି, ଦୀନବନ୍ଧୁ ଶତପଥୀ ଓ ସିଏଚ. ଦେବଦାସ ପ୍ରମୁଖ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.