ବ୍ରହ୍ମପୁରରେ ପୁଲିସ ଓ ଓକିଲଙ୍କ ବୈଠକ

0

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋର୍ଟରେ କାର୍ୟ୍ୟରତ ସରକାରୀ ଓକିଲ ମାନଙ୍କର ଏକ ବୈଠକ ଶନିବାର ପୁଲିସ ଡ଼ିଆଇଜି କାର୍ୟ୍ୟାଳୟର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ ବିଭିନ୍ନ କୋର୍ଟରେ ପଡ଼ିରହିଥିବା କେଶ୍, ଅଭିଯୁକ୍ତ ମାନଙ୍କ ମାମଲା ପରିଚାଳନା କରୁଥିବା ବେଳେ ଉପୁଜିଥିବା ସମସ୍ୟା ସର୍ମ୍ପକରେ ବିସ୍ତୃତ ଭାବେ ପୁଲିସ ଅଧିକାରୀ ଓ ସରକାରୀ ଓକିଲ ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଅବସରେ ବ୍ରହ୍ମପୁର ଏସପି ପିକାନୀ ମିଶ୍ର, ଗଞ୍ଜାମ ଏସପି କୁମାର ବ୍ରିଜେଶ୍ ରାଏ, ଡ଼ିପିପି ସୂର୍ୟ୍ୟ ପ୍ରକାଶ କର, ଅତିରିକ୍ତ ଡ଼ିପିପି ଦେବବ୍ରତ ଦାଶ ଓ ଜିଲ୍ଲା ପିପି ଅଜିତ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସରକାରୀ ଓକିଲ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କର କିଛି ପରାମର୍ଶ ମଧ୍ୟ ଶୁଣିଥିଲେ ।

Leave A Reply