କୋର୍ଟ ପରିସରରୁ ଅଭିଯୁକ୍ତ ଫେରାର

0

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନସ୍ଥ ବାଲିପଡା ଫାଣ୍ଡି ଅନ୍ତର୍ଗତ ନୂଆସାହିର ସୁଦର୍ଶନ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅନ୍ୟତମ ଅଭିଯୁକ୍ତ ମନୋଜ ନାୟକ ପୁଲିସ ହାତରୁ ଖସିଯାଇଛି । ସୁଦର୍ଶନ ସ୍ବାଇଁଙ୍କ ହତ୍ୟାକାଣ୍ଡ ଘଟଣାରେ ବୁଗୁଡା ଥାନା ପୋଲିସ କାଁହ୍ନୁ ସ୍ୱାଇଁ ଓ ମନୋଜ ନାୟକକୁ ଗତ କାଲି ଗିରଫ କରିଥିଲା। ଆଜି ଉଭୟଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଥିଲା। କିନ୍ତୁ ପୁଲିସର ଢିଲା ବ୍ୟବସ୍ଥାର ସୁଯୋଗ ନେଇ କୋର୍ଟ ପରିସରରୁ ଅଭିଯୁକ୍ତ ମନୋଜ ନାୟକ ଫେରାର ହୋଇଯାଇଛି। ଫେରାର ମନୋଜକୁ ଧରିବା ପୋଲିସ ପାଇଁ ପୁଣି ମୁଣ୍ଡବ୍ୟଥାର କାରଣ ସାଜିଛି।
ଫେରାର ଅଭିଯୁକ୍ତ ମନୋଜ ନାୟକର ଘର ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କୁଆନନ୍ଦା ବୋଲି ଜଣାପଡିଛି।

Leave A Reply