ପ୍ଲାଣ୍ଟରେ ଗ୍ୟାସ୍ ଲିକ୍; ୩ ଶ୍ରମିକ ଗୁରୁତର

ଗଞ୍ଜାମ : ଗଞ୍ଜାମ ଅଞ୍ଚଳରେ ବିର୍ଲା କମ୍ପାନୀ ଦ୍ବାରା ପରିଚାଳିତ ଗ୍ରାସିମ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଆହାତମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ଛତ୍ରପୁର ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଶ୍ରମିକଙ୍କ ମଧ୍ୟରେ ଚାପା ଉତେଜନା ପରିସ୍ଥିତି ଦେଖାଦେଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.