ବରଦାନ ସାଜୁଛି ପ୍ଲାଜମା ଥେରାପି , ସୁସ୍ଥ ହେଲେ ୩ କରୋନା ଆକ୍ରାନ୍ତ

ଗଞ୍ଜାମ : ମହାମାରୀ ସମୟରେ ପ୍ଲାଜମା ଥେରାପି ବରଦାନ ସାଜିଛି।  ପ୍ଲାଜମା ନେଇ ମଙ୍ଗଳବାର ୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।  ଗଞ୍ଜାମ ଜିଲା ଶିତଲାପଲ୍ଲୀ ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨ଜଣ ମହିଳା ଓ ଜଣେ ପୁରୁଷ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି ।

ସୂଚନା ଅନୁଯାୟୀ,ଏହା ପୂର୍ବରୁ କଟକରେ ଜଣେ ଆକ୍ରାନ୍ତ ପ୍ଲାଜମା ଥେରାପି ନେଇ ସୁସ୍ଥ ହୋଇଥିଲେ। ଗଞ୍ଜାମ ଜିଲାରେ ଏବେ ସୁଦ୍ଧା ୨୯୧ ଜଣ ପ୍ଲାଜମା ଦାନ କରିବାକୁ ଉଚ୍ଛୁକ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଖୁବ ଶୀଘ୍ର ଏମାନଙ୍କଠୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

 

Comments are closed.