ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ଯାନବାହନ ଚଳାଚଳ ଉପରେ କଟକଣା

ବ୍ରହ୍ମପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ମାତ୍ର କୃଷି, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଉଦ୍ଦେଶ୍ୟରେ ଯାନବାହାନ ଚଳାଚଳକୁ ଅନୁମତି ଦିଆଯିବ। କେବଳ ଉପଯୁକ୍ତ ପରିଚୟ ପତ୍ର ଥିବା ଦୁଇ ଚକିଆ ଯାନର ଚାଳକଙ୍କୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

Comments are closed.