ଏକାଥରକେ ୧୭ ସଂକ୍ରମିତ; ରେଡ଼୍ ଜୋନରେ ସାମିଲ ହେଲା ଗଞ୍ଜାମ ଜିଲା

ଜଗତସିଂହପୁର ଓ ମୟୂରଭଞ୍ଜ ଅରେଞ୍ଜ ଜୋନରେ

ଭୁବନେଶ୍ଵର: ଏକାବେଳେକେ ୧୭ ସଂକ୍ରମିତ ଚିହ୍ନଟ ପରେ ଗଞ୍ଜାମ ଜିଲାକୁ ରେଡ଼୍ ଜୋନରେ ସାମିଲ କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମକୁ ମିଶାଇ ରାଜ୍ୟରେ ୪ ଜିଲା ଓ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳ ରେଡ଼୍ ଜୋନ୍ ମଧ୍ୟରେ ରହିଛନ୍ତି । ପୂର୍ବରୁ ଗଞ୍ଜାମ ଜିଲାରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୭ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ କରୋନା ରୋଗୀ ସଂଖ୍ୟା ୨୧ରେ ପହଞ୍ଚିଛି । ଏବେ ରେଡ଼୍ ଜୋନ୍ ମଧ୍ୟରେ ଥିବା ବାଲେଶ୍ଵରରେ ୨୫, ଭଦ୍ରକରେ ୨୧, ଯାଜପୁରରେ ୫୫ ଓ ଗଞ୍ଜାମରେ ୨୧ ଜଣ ସଂକ୍ରମିତ ରହିଛନ୍ତି ।

ଅନ୍ୟପକ୍ଷରେ ମୟୂରଭଞ୍ଜ ଓ ଜଗତସିଂହପୁର ଜିଲାକୁ ଅରେଞ୍ଜ ଜୋନରେ ସାମିଲ କରାଯାଇଛି । ଗତକାଲି ଜଗତସିଂହପୁର ଜିଲାର ନାଉଗା ଅଞ୍ଚଳରୁ ୪ ଜଣ ଓ ଆଜି ମୟୂରଭଞ୍ଜ ଜିଲାରେ ୩ ଜଣ କରୋନା ସଂକ୍ରମିତ ଠାବ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି ।

 

Comments are closed.