ବୋଲେରୋ ଓ କାର ସହ ୨୭୩କେଜି ଗଞ୍ଜେଇ ଜବତ ଜଣେ ଗିରଫ

 ନବରଙ୍ଗପୁର/ ପାପଡାହାଣ୍ଡି :  ବୋଲେରୋ ଓ କାରରେ ୨୭୩ କେଜି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପାପଡାହାଣ୍ଡି ପୁଲିସ ଚଢ଼ାଉ କରି ଗଞ୍ଜେଇ ସହ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡିଛି।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ତୁମ୍ବର୍ଲା ଫାଣ୍ଡି ରାସ୍ତାରେ ଏକ ବୋଲେରୋରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ଗାଡି ଜବତ କରିବା ସହ ଅଭିଯୁକ୍ତ କାର୍ତିକ ବଡ଼ନାୟକଙ୍କୁ ଅଟକ ରଖିଛି। ତାଙ୍କ ଘର ଲମତାପୁଟ ବୋଲି ଜଣାପଡିଛି। ବୋଲେରୋକୁ ସୁରକ୍ଷା ଦେଉଥିବା ଏକ କାରକୁ ମଧ୍ୟ ଜବତ କରାଯାଇଛି। ସୂଚନା ମୁତାବକ କୋରାପୁଟ, ଲମତାପୁଟ ଅଞ୍ଚଳରୁ ଗଞ୍ଜେଇ ଧରି  ରାଇଘର ଯିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଯାଞ୍ଚ କରି ଦୁଇଟି ଗାଡିକୁ ଧରିଥିଲା। ମାଜିଷ୍ଟ୍ରେଟ ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର  ଓଜନ କରାଯାଇଥିଲା। ପୋଲିସକୁ ଦେଖି କାରରୁ ଜଣେ ଓ ବୋଲେରୋରୁ ଜଣେ ଚମ୍ପଟ ମାରିଥିଲେ। ଏହି ସମୟରେ ଆଇଆଇସି ଶୁଭେନ୍ଦୁ କୁମାର ଶବର, ଏସଆଇ ଶିବଜି ପଣ୍ଡା, ଏସଆଇ ସୂବେନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.