୨୨ କିଲୋ ଗଞ୍ଜେଇ ଜବତ ; ଜଣେ ଗିରଫ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟସ୍ଥ ବାଙ୍ଗିଛକ ନିକଟରେ ରାମନାଗୁଡା ପୁଲିସ ପାଟ୍ରୋଲିଂ  କରୁଥିବା ସମୟରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତକାଲି ରାତ୍ରି ସମୟରେ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ନେତୃତ୍ୱରେ ପାଟ୍ରୋଲିଂ ଚାଲିଥିବା ସମୟରେ ବାଙ୍ଗି ଛକରେ ବିଶ୍ବନାଥ ମେହେର ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୋଇଥିବାରୁ ବାଇକକୁ ଯାଞ୍ଚ କରାଯାଇଥିଲା । ଉକ୍ତ ବାଇକରୁ ୨୨ କିଲୋ ଗଂଜେଇ ସହ  ବାଇକଟିକୁ ଜବତ କରାଯାଇଯାଇଥିବା ଜଣାପଡିଛି। ଉକ୍ତ ଗଞ୍ଜେଇକୁ ନେଇ କେନ୍ଦୁଗୁଡା ଠାରୁ ଜୁନାଗଡ଼ ନେଇ ଯାଉଥିବା ପୁଲିସ ପ୍ରାଥମିକ ତଦନ୍ତରୁ ହସ୍ତଗତ ହୋଇଛି। ଏନେଇ  ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି। ଏହି ଗଂଜେଇ ଜବତ ସମୟରେ ସମୟରେ ସଂଞ୍ଜୟ ମିଶ୍ର, ଜୟକୃଷ୍ଣ ନାୟକ, ସାରଦା ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.