ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ; ୨ ଗିରଫ

କୋରାପୁଟ : କୋରାପୁଟ ସ୍ଥିତ ଲମତାପୁଟ ଓ ନନ୍ଦପୁର ପୁଲିସ ୨ ଜଣିଆ ଟିମ ଚୋରା ଚାଲାଣ ହେଉଥିବା ସମୟରେ ପଣସ ବୋଝେଇ ଟ୍ରକରୁ ୪୨୨ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ବୋଲି ଶୁକ୍ରବାର ଖବର ମିଳିଛି। ଜବତ ଗଞ୍ଜେଇର ପ୍ରାୟ ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ସମ୍ପୃକ୍ତ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି। ବାଡେଇ ଅଞ୍ଚଳରୁ ରାଜସ୍ଥାନକୁ ଏହି ଉପାୟରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ଖବର ପାଇ ପୁଲିସ ଚଢାଉ କରିଛି ବୋଲି ସୂଚନା ମିଳିଛି।

Comments
Loading...