୧୮ କିଲୋ ଗଞ୍ଜେଇ ଜବତ ; ୨ ଗିରଫ

ବ୍ରହ୍ମପୁର : ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେଉଥିବା ଦେଖାଯାଉଛି। ପୁଣି ୧୮ କିଲୋ ଗଞ୍ଜେଇ ଜବତ ହେବା ସହ ସମ୍ପୃକ୍ତ ଘଟଣାରେ ୨ ଜଣ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି ବୋଲି ବୁଧବାର ଜଣାପଡିଛି। ବ୍ରହ୍ମପୁର ଅନ୍ତର୍ଗତ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଅବକାରୀ ବିଭାଗ ଦ୍ୱାରା ଗଞ୍ଜେଇ ଜବତ ହୋଇଛି। ବ୍ରହ୍ମପୁରରୁ ବିହାରକୁ ଏହି ଗଞ୍ଜେଇ ଚାଲାଣ କରାଯିବା ନେଇ ଯୋଜନା ଥିଲା ବୋଲି ଜଣାପଡ଼ିଛି। ମାତ୍ର ସଠିକ ସମୟରେ ଖବର ପାଇ ଅବକାରୀ ବିଭାଗ ପହଞ୍ଚି ଉକ୍ତ ଗଞ୍ଜେଇକୁ ଜବତ କରିଥିଲା। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments
Loading...