୬୨ କେଜି ଗଞେଇ ଜବତ, ନାବାଳକ ସହ ତିନି ଗିରଫ

ପଦ୍ମପୁର: ପଦ୍ମପୁର ପୁଲିସ ଏକ କାର ସହ ୬୧ କେଜି ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ବୌଦ୍ଧ ଅଞ୍ଚଳରୁ ଏକ କାର ସିଜି ୦୭ ଟି ୨୫୧୨ରେ ଅଣାଯାଇଥିଲା ଓ ଛତିଶଗଡ଼ ଯାଉଥିଲା । ଏ ସମ୍ପର୍କରେ ସୂଚନା ପାଇ ଏସଡ଼ିପିଓ ପ୍ରଦୀପ ସାହୁ, ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନ ଗାଡ଼ି ଯାଞ୍ଚ କରିବା ବେଳେ ଗଞ୍ଜେଇ ଜଣାପଡ଼ିଥିଲା ।
ପୁଲିସ ଗଞ୍ଜେଇ ଓ କାର ଜବତ କରି ଏକ ମାମଲା ରୁଜୁ କରିଛି । ଏହି ଘଟଣାରେ  ଜମଲା ଗ୍ରାମର ସହଦେବ ମେହେର (୫୩),ମଧ୍ୟ ପ୍ରଦେଶ ରାଜ୍ୟ ହରଦିଆ ଗ୍ରାମର ଶୁକଦେବ ଓରଫ ପପ୍ପୁ ଝରିଆ (୩୮)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକକୁ ସୁଧାର ଗୃହକୁ ପଠାଇଛି । ଅଭିଯୁକ୍ତ ବ୍ୟବହାର କରିଥିବା କାର,ବାଇକ,୨ଟି ମୋବାଇଲ, ୨ହଜାର ଟଙ୍କା ସହ ଗଞେଇକୁ ପୁଲିସ ଜବତ କରିଛି ।

Comments are closed.