ଅବକାରୀ ଚଢଉ; ଦେଶୀ ମଦ ସହ ୨ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ମହାଲ୍ଲିକପଡା ଏବଂ କୁମାରୀ ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ଅବକାରୀ ବିଭାଗ ଚଢଉ କରି ୭ଲିଟର ଦେଶୀ ମହୁଲ ମଦ ଜବତ କରିଛି। ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ମହାଲ୍ଲିକପଡାରେ ଚଢଉ କରି ବିମାନ ବେହେରାଙ୍କ ଠାରୁ ୪ଲିଟର ଏବଂ କୁମାରୀ ଗ୍ରାମରେ ଚଢଉ କରି ବ୍ରହ୍ମାଦେବ ନାୟକଙ୍କଠାରୁ ୩ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି। ଏହି ମାମଲାରେ ହରଭଙ୍ଗା ଅବକାରୀ ପକ୍ଷରୁ ୨ଟି ପୃଥକ ପୃଥକ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

Comments are closed.