ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଗିରଫ, ଗଞ୍ଜେଇ ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ଥାନା ଅଧିନସ୍ଥ ମୋହନଗିରୀରେ ଥିବା ସିଆରପିଏଫ କ୍ୟାମ୍ପର ଯବାନମାନେ କୁମ୍ବିଂ କରିବା ସମୟରେ ଏକ ମୋଟରସାଇକେଲରେ ଦୁଇ ଯୁବକଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ପାଖରେ ଗଞ୍ଜେଇ ଥିବା ଓ ସେମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଜାଣିବାକୁ ପାଇଥିଲେ। ସିଆରପିଏଫ ଯବାନ ଉକ୍ତ ଦୁଇ ଯୁବକଙ୍କୁ ମୋହନଗିରୀ ଫାଣ୍ଡିକୁ ଆଣି ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କଠାରୁ ୬ କିଲୋଗ୍ରାମ ଗଞ୍ଜେଇ ଜବତ୍ କରିବା ସହିତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Comments are closed.