କୁଆଖିଆରୁ ୯ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ପୁଲିସ ଦ୍ୱାରା ୯ କିଲୋ ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ସନ୍ତୋଷ କୁମାର ଜେନା(୩୦) ଓ ଅଭିଷେକ ପଣ୍ଡା (୨୦) ବୋଲି ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ କୁଆଖିଆ ବଜାର ନିକଟ ୨୦ନଂ ଜାତୀୟ ରାଜପଥ ମୁଗୁପାଳ ଛକରେ ଏହି ଦୁଇ ଜଣଙ୍କୁ ପେଟ୍ରୋଲିଂ ସମୟରେ ପୁଲିସ ଗିରଫ କରିଥିଲା। ଗିରଫ ସମୟରେ ସେମାନଙ୍କ ନିକଟରୁ ୯ କେଜି ୮ଶହ ଗ୍ରାମ ଗଞ୍ଜେଇ, ନଗଦ ୧୧ହଜାର ୪୧୦ଟଙ୍କା, ଗୋଟିଏ ବାଇକ ଓ ୨ଟି ମୋବାଇଲକୁ ପୁଲିସ ଜବତ କରିଛି।

Comments are closed.