୧୩୨ କିଲୋ ଗଞ୍ଜେଇ ସହ ଗାଡି ଜବତ, ୪ ଗିରଫ

ମୋହନା : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏସଆଇ ଲିଜ଼ା ମଲ୍ଲିକ ଓ କର୍ମଚାରୀ ଗଞ୍ଜାମ ଓ ଗଜପତି ସୀମାନ୍ତରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକ କାରକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡି ଡିକିରେ ୪ଟି ବସ୍ତାରେ ଗଞ୍ଜେଇ  ଥିବା ଦେଖିଥିଲେ। ମୋହନା ବିଡିଓ ସାର୍ଥକ ସୌରଭ ମହାପାତ୍ରଙ୍କ ଉପସ୍ଥିତରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ୧୩୨ କିଲୋ ହୋଇଥିଲା । ଏହା ସହ ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଏହି ଗଞ୍ଜେଇ ରା.ଉଦୟଗିରି ଅଞ୍ଚଳରୁ ସଂଗୃହୀତ ହୋଇ ବିହାର ରାଜ୍ୟକୁ ଚାଲାଣ ହେଉଥିବା ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Comments are closed.