୧୦୩୫ କିଲୋ ଗଞ୍ଜେଇ ଭର୍ତ୍ତି କାର ଜବତ, ୩ ଗିରଫ

ଗଜପତିରୁ କଲକାତାକୁ ଚାଲାଣ ହେଉଥିଲା ଗଞ୍ଜେଇ

ଭୁବନେଶ୍ବର : ଓଡ଼ିଶାରୁ ବେଧଡକ ଭାବେ ବାହାର ରାଜ୍ୟକୁ ଚୋରା ଗଞ୍ଜେଇ ଚାଲାଣ ହେଉଛି। ଯୋଜନାବଦ୍ଧ ଭାବେ ଚାଲାଣ ହେଉଥିବା ଏହି ଚୋରା ଗଞ୍ଜେଇ ସମ୍ପର୍କରେ ବିଶେଷ ସୂତ୍ରରୁ ଖବର ପାଇ ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ୟବଳ ଶୁକ୍ରବାର ଭୋରୁ କମିସନରେଟ୍‌ ପୁଲିସ ସହାୟତାରେ ଖଣ୍ଡଗିରି ଛକ ନିକଟରେ ଏକ କାର୍‌କୁ ଅଟକାଇଥିଲା। କାର୍‌ରେ ଗେଞ୍ଜଇର ଛୋଟ ପୁଡିଆ (ପ୍ୟାକେଟ୍‌) କରାଯାଇ ଭର୍ତ୍ତି କରାଯାଇଥିଲା। କାର୍‌ରେ ଥିବା ୩ ଜଣ ପ୍ରଶାନ୍ତ ମାଝି, ସୁଜୟ ମାଝି ଓ ପ୍ରଶାନ୍ତ କୁମାର ଗମାଙ୍ଗୋ(ଗାଡ଼ି ଚାଳକ)କୁ ଅଦାଲତ ଚାଲାଣ କରାଯାଇଛି। ସ୍ବତନ୍ତ୍ର କାର୍ଯ୍ୟବଳର ଅଭିଯୋଗକ୍ରମେ ଖଣ୍ଡଗିରି ଥାନା ପୁଲିସ ମାମଲା ରୁଜୁ କରିଛି। ଗିରଫ ୩ ଜଣଙ୍କୁ ଜେରା କରିବାବେଳେ ଗଜପତି ଜିଲାର ମୋହନା ଅଞ୍ଚଳରୁ ଚୋରାରେ ଏସବୁ ଗଞ୍ଜେଇକୁ କଲକାତା ଚାଲାଣ ହେଉଥିଲା। ଚଳିତ ବର୍ଷ ଏହାକୁ ମିଶାଇଲେ ସ୍ବତନ୍ତ୍ର କାର୍ଯ୍ୟବଳ ୨୨ କୁଇଣ୍ଟାଲ୍‌ ୩୫ କିଲୋଗ୍ରାମ ଚୋରା ଗଞ୍ଜେଇ ଜବତ କରିବା ସହିତ ୪୦ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ପଠାଇଛି।

Comments are closed.