୨୫ କେଜି ଗଞ୍ଜେଇ ଜବତ , ଜଣେ ଗିରଫ 

କଣ୍ଟାବାଞ୍ଜି :  କଂଟାବାଞ୍ଜି ଅବକାରୀ ପୁଲିସକୁ ମିଲିଛି ସଫଳତା । ୨୫ କେ.ଜି.ର ଗଞ୍ଜେଇ ଜବତ କରିବା ସହ ଏହି କାରବାରରେ ଲିପ୍ତ ଥିବା ଜଣକୁ ପୁଲିସ ଗିରଫ କରିଛି । ସିନ୍ଧେକେଲା ଥାନା ଭୁସଲାଡ ଗାଁରେ ପାଟ୍ରୋଲିଂ ସମୟରେ ତୁକୁଡେଶ୍ୱର ଯୋଷୀ (୫୦) ଅବକାରୀ ପୁଲିସକୁ ଦେଖି ନିଜ ଘରେ କିଛି ଲୁଚାଇବାକୁ ଚେଷ୍ଟା କରୁଥିଲେ । ଅବକାରୀ ପୁଲିସ ସନ୍ଦେହରେ ତୁକୁଡେଶ୍ୱର ଘରକୁ ଯାଂଚ କଲାବେଳେ ତାଙ୍କ ଘରୁ ଗଞ୍ଜେଇ ବାହାରିଥିଲା। ୨୫ କେ.ଜି ଜବତ କରାଯାଇଥିବା ବେଳେ ତୁକୁଡେଶ୍ୱରକୁ ଗିରଫ କରାଯାଇଛି। ତେବେ ଜବତ ଗଞ୍ଜେଇ ଆନୁମାନିକ ମୁଲ୍ୟ ୧ ଲକ୍ଷ ୩୦ ହଜାର ହେବ ବୋଲି ଅବକାରୀ ଅଧିକାରୀ ବିଶ୍ୱନାଥ ପରିଡା ସୂଚନା ଦେଇଛନ୍ତି । ଗିରଫ ତୁକୁଡେଶ୍ୱରକୁ କୋର୍ଟ ଚାଲାଣ କରାଯାଇଥିବା ବେଲେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଗଞ୍ଜେଇ ଜବତ ସମୟରେ ଟିଟିଲାଗଡ ଅବକାରୀ ଏସଆଇ ସତ୍ୟନାରାୟଣ ଦାସ, ବଙ୍ଗୋମୁଣ୍ଡା ଏସଆଇ ଅଲେଖ ପୁଟେଲ, ଏଏସଆଇ ଦୟାନିଧି ବାରିକ, ଏସଆଇ ବଳରାମ ପ୍ରଧାନ, କନଷ୍ଟେବଲ ସତ୍ୟ ବେହେରା, ଭୁଲେଶ୍ୱର କୁମରା, ଲଲିତା ଭୋଇ, ମମତା ବେହେରା ପ୍ରମୁଖ ସାମିଲ ଥିଲେ ।

Comments are closed.