୩୭ କିଲୋ ଗଞ୍ଜେଇ ସହ କାର ଜବତ : ୩ ଗିରଫ, ଜଣେ ଚମ୍ପଟ

ମୋହନା : ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡରେ କାର ସହ ୩୭ କିଲୋ ୭୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ୩ ଜଣକୁ ଗିରଫ କରାଯାଇଥିବା ବେଳେ ଘଟଣାସ୍ଥଳରୁ ଜଣେ ମାଫିଆ ଚମ୍ପଟ ମାରିଥିବା ଆର. ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡା କହିଛନ୍ତି ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଆଜି ସକାଳେ ଏସଆଇ ହେମନ୍ତ ସେଠୀଙ୍କ ନେତୃତ୍ୱରେ ଛେଳିଗଡ ଅଞ୍ଚଳରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ କଫି ରଙ୍ଗର କାର ନମ୍ବର(ଡବ୍ଲୁବି ୬୬୦ ୮୩) କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଏଥିରେ ୩୭ କିଲୋ ୭ ଶହ ଗ୍ରାମ ଗଞ୍ଜେଇ କୋଲକାତା ଚାଲାଣ ହେଉଥିବା ଜଣା ପଡିଥିଲା । ବିଡିଓ ପ୍ରଦୀପ କୁମାର ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରାଯାଇଥିଲା। ରା.ଉଦୟଗିରି ଥାନାରେ ୭୨/୨୧ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.