୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବଲାଙ୍ଗୀର : ବଲାଙ୍ଗୀର ଜିଲାରେ ଏକ ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଥିବା ରବିବାର ଜଣାପଡ଼ିଛି। ବସ ଷ୍ଟାଣ୍ଡ ନିକଟରୁ ପ୍ରାୟ ୩ କିମି ପିଛା କରିବା ପରେ ପୁଲିସ ବୋଲେରୋ ସହ ଏହା ଭିତରୁ ୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ପୁଲିସକୁ ପିଛା କରୁଥିବା ଦେଖି ଚାଳକ ଓ ହେଲପର ଗାଡ଼ି ଫେରାର ହୋଇଯାଇଛନ୍ତି ବୋଲି ସୂଚନା ମିଳିଛି।

Comments are closed.