ଗଞ୍ଜେଇ ଜବତ ଘଟଣାରେ ଜଣେ ଗିରଫ, ୨୨କେଜି ଗଂଜେଇ ଜବତ

ବେଗୁନିଆ : ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଧିନସ୍ଥ ଅଞ୍ଚଳରେ ଗଞ୍ଜେଇ ଜବତ ଘଟଣାରେ ଜଣଙ୍କୁ ଗିରଫକରାଯାଇଥିବା ସହ ୨୨କେଜି ଗଂଜେଇ ଜବତ କରାଯାଇଛି। ସମ୍ପୃକ୍ତ ଘଟଣାରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ହେଲେ ଧଳାପଥର ଗ୍ରାମର ବୁଲୁ /ଶୁଭେନ୍ଦୁକୁମାର ସ୍ୱାଇଁ। ତାଙ୍କ ଘରେ ଗଂଜେଇ ଥିବାର ଖବର ପାଇ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ମାଜିଷ୍ଟ୍ରେଟ ଏବଂ ସାକ୍ଷୀ ମାନଙ୍କ ଉପସ୍ଥିତିରେ ୨୨କେଜି ୨୭୦ଗ୍ରାମ ଗଂଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୭ହଜାର ୨୦୦ଟଙ୍କା । ଅଭିଯୁକ୍ତ ଜଣକ ଆଗରୁ ଏହିପରି ଅନେକ ଅଭିଯୋଗରେ ସମ୍ପୃକ୍ତ ଥିବାର ଥାନା ସୂତ୍ରରୁ ଜଣାପଡିଛି। ଏହି ଘଟଣାରେ ଥାନା ଏସ ଆଇ ରବୀନ୍ଦ୍ରକୁମାର ପଣ୍ଡା ଅଭିଯୋଗକାରୀ ଥିବାବେଳେ ତଦନ୍ତ କରୁଥିବା ଥାନା ଅଧିକାରୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.