୧୩୪ କେଜି ଗଞ୍ଜେଇ ଜବତ ; ୨ ଗିରଫ

କୋରାପୁଟ : କୋରାପୁଟ ଜିଲା ଲମତାପୁଟ ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି ବୋଲେରୋ ଜବତ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ପ୍ରାୟ ୧୩୪ କେଜି ଗଞ୍ଜେଇ ଜବତ ହୋଇଛି।  ଏହି ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ମାଛକୁଣ୍ଡ ଥାନା କନାଗାଁ ନିକଟରୁ ପାଟ୍ରୋଲିଂ ବେଳେ ପୁଲିସ ଏହି ଗଞ୍ଜେଇ ଜବତ କରିଛି। ଲମତାପୁଟ ଓ ମାଛକୁଣ୍ଡ ପୁଲିସର ମିଳିତ ପାଟ୍ରୋଲିଂ ବେଳେ ଜବତ କରାଯାଇଛି। ଆନ୍ଧ୍ରରୁ ବିହାରକୁ ଗଞ୍ଜେଇ ଚାଲାଣ ହେଉଥିଲା ବୋଲି ପୁଲିସ ଠାରୁ ସୂଚନା ମିଳିଛି।

Comments
Loading...