୫୦ ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ; ଜଣେ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର-ଖୋର୍ଦ୍ଧା ରୋଡ଼ ଗୋଡ଼ିପଡ଼ା ଟୋଲଗେଟ ନିକଟରୁ ଗଞ୍ଜେଇ ଜବତ ହେବା ସହ ଜଣେ ଗିରଫ ହୋଇଥିବା ଶନିବାର ଜଣାପଡ଼ିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଟ୍ରକରେ ନଡ଼ିଆକତା ଭିତରେ ଲୁଚାଇ ଚୋରା ଚାଲାଣ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଆନ୍ଧ୍ରାରୁ ଭାୟା ଭୁବନେଶ୍ୱର ଦେଇ ବାଲେଶ୍ୱର ଯିବାବେଳେ ଧରାପଡିଲା। ଚଢାଉ ସମୟରେ ଜଣଙ୍କୁ ଗିରଫ କରିବା ସହ ଉକ୍ତ ଚୋରା ଚାଲାଣ ପାଇଁ ବ୍ୟବହୃତ ଟ୍ରକକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜବତ କରିଛି ବୋଲି ସୂଚନା ମିଳିଛି।

Comments are closed.