୧୭୫ କିଲୋ ଗଞ୍ଜେଇ ଜବତ, ୨ଗିରଫ

ମାଲକାନଗିରି : ମାଲକାନଗିରି ଜିଲା ଓରକେଲ ପୁଲିସକୁ ମିଳିଛି ବଡ଼ ସଫଳତା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୯.୩୦ ସମୟରେ ଏସଆଇ ମିଲନ ମଜୁମଦାର ଏକ ଟିମ୍ ଯୋଗେ ଚିତ୍ରକୋଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଚିତ୍ରକୋଣ୍ଡା ପଟୁ ଏକ ୪୦୭ ଟ୍ରକ ଆସୁଥିବା ଦେଖି ଅଟକାଇଥିଲେ। ଗାଡିଟି ନମ୍ବର ବିହୀନଥିବାବେଳେ କେଉଁଠିକା ଗାଡି ପଚାରିବାରୁ ସେ ଉତ୍ତରପ୍ରଦେଶରୁ ମଟର ଚଣା ନେଇ ମାଲକାନଗିରିକୁ ଆସିଥିବା କହିଥିଲା। ତେବେ ଡ୍ରାଇଭରକୁ ପଚାରିବାରୁ ସେ କିଛି କହିନପାରିବା ହେତୁ ଗାଡିଟିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗାଡିରୁ ୭ ଟି ବସ୍ତାରେ ୧୭୫ କିଲୋ ଗଞ୍ଜେଇ ଦେଖିବାକୁ ପାଇଥିଲେ। ପରେ ୨ ଅଭିଯୁକ୍ତଙ୍କୁ ଓରକେଲ ଥାନାକୁ ଅଣାଯାଇଥିଲା। ଗିରଫ ୨ ବ୍ୟକ୍ତିଙ୍କ ନାମ ହେଲା ରାଜେଶ କୁମାର ରାଜକ(୨୪) ଓ ରାମଜି ସିଂ(୨୨)। ଦୁହେଁ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ବୈରିଆ ଥାନା ଅନ୍ତର୍ଗତ ଚୋଭାଚପରା ଗ୍ରାମର ବୋଲି ପୁଲିସ ସୂଚନା ଦେଇଛି। ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଗିରଫ ୨ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।

Comments are closed.