୨୮୦ ଏକର ଜମିରୁ ଗଞ୍ଜେଇ ଗଛ କାଟିଲା ପୁଲିସ୍‍ ଓ ଅବକାରୀ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲାର ୨ଟି ଥାନା ଅଞ୍ଚଳର ୨୮୦ ଏକର ଜମିରୁ ୨ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ଉଭୟ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଭୃଙ୍ଗିଯୋଡ଼ି ପଂଚାୟତ ଅନ୍ତର୍ଗତ କଟିମାହା, ସୁରାଲେଇ ଆଦି ୪ଟି ଗ୍ରାମରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୪୦ ଏକର ଜମିରୁ ୧ କୋଟି ୪୦ ଲକ୍ଷ ଟଙ୍କାର ଗଂଜେଇ ଗଛକାଟି ନଷ୍ଟ କରିଦିଆଯାଇଥିବା ବେଳେ ଗୋଛାପଡ଼ା ଥାନା ଅନ୍ତର୍ଗତ ପଲାବୃଡ଼ି ପଂଚାୟତର ସାଇତିଙ୍ଗିଆ, କଲିଗୁଡ଼ା ଆଦି ଅଞ୍ଚଳର ୧୬୦ ଏକର ଜମିରୁ ୧ କୋଟି ୬୦ ଲକ୍ଷ ଟଙ୍କାର ଗଂଜେଇ ଗଛକାଟି ନଷ୍ଟ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜ ନାୟକ ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତି ସଦର ଏସ୍‍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଅବକାରୀ ବିଭାଗର କର୍ମଚାରୀ ଓ ଅନ୍ୟମାନେ ଏହି କଟିଂରେ ସାମିଲ୍‍ ହୋଇଥିଲେ।

Comments are closed.