୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଟ୍ରକ ଜବତ; ଦୁଇ ଡ଼୍ରାଇଭର ଗିରଫ

ସୋନପୁର: ବୌଦ୍ଧ ଅଞ୍ଚଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବାବେଳେ ପୁଲିସ ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇକୁ ସୋନପୁର ନିକଟସ୍ଥ ହରଡ଼ଖୋଲ ଛକରୁ ଜବତ କରିଛି । ଏହି ଗଞ୍ଜେଇ ଚାଲାଣ ହେଉଥିବା ଟ୍ରକକୁ ମଧ୍ୟ ପୁଲିସ ଥାନାକୁ ଆଣିଛି । ଗଞ୍ଜେଇ ଚାଲାଣ ସମ୍ପର୍କରେ ସୂଚନା ପାଇ ଖୋର୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଏହି ଟ୍ରକକୁ ପୁଲିସ ହରଡ଼ଖୋଲ ଛକ ନିକଟରେ ଅଟକାଇଥିଲା । ଗାଡ଼ି ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ବାହାରିଥିଲା । ଜବତ ଗଞ୍ଜେଇର  ଓଜନ ପ୍ରାୟ ୪୫୦୦ କେଜି ହେବ ଓ ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ପୁଲିସ ଟ୍ରକ୍ ଡ଼୍ରାଇଭର ଶିବରାମ କେୱାଡ଼ ଓ ମୋହନ ଲାଲ କେୱାଡ଼ କୁ ଗିରଫ କରିଛି । ଏମାନଙ୍କର ଘର ମଧ୍ୟପ୍ରଦେଶର ରେୱାଜିଲାର ମାୱାଗଞ୍ଜ ଅଞ୍ଚଳରେ ।

Comments are closed.