ଅବକାରୀ ବିଭାଗ ପକ୍ଷରୁ ୫ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ୫ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଆମ୍ବଝରୀ ପଂଚାୟତର ବବଡା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ୧୭ ଏକର ଜାଗା ଉପରେ ଚଢାଉ କରି ୫ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ଚଢାଉରେ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ତ୍ରିଦେବ ରଥ, ଇନିସପେକ୍ଟର ବିଜୟ ଧରୁଆ, ଏସଆଇ ରମେଶ ମହାନ୍ତି, ଭଗବାନ ମହାନନ୍ଦନ, ରୂପେଶ ମୁଖୀ ପ୍ରମୁଖ ସାମିଲ ଥିଲେ।

Comments are closed.