ଅବକାରୀ ବିଭାଗ ପକ୍ଷରୁ ୬୩ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତ ବାଙ୍କି ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲର ୨୧ ଏକର ଜଙ୍ଗଲ ଜମି ଉପରେ ଚଢାଉ କରି ୬୩ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଂଜେଇର ଆନୁମାନିକ ମୂଲ୍ୟ ୬ କୋଟି ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି। ଚଢାଉରେ ଅବକାରୀ ଅଧିକ୍ଷକ କ୍ରୀଷ୍ଣା ନାଏକ, ଇନିସପେକ୍ଟର ବିଜୟ ଧରୁଆ, ଏସଆଇ ରମେଶ ମହାନ୍ତି, ଭଗବାନ ମହାନନ୍ଦିଆ, ରୂପେଶ ମୁଖୀ, କିଶୋର ନାଏକ ପ୍ରମୁଖ ସାମିଲଥିଲେ।

Comments are closed.