ଅବକାରୀ ବିଭାଗ ପକ୍ଷରୁ ୪୮ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଆମ୍ବଝରୀ ପଂଚାୟତର ଡଙ୍ଗାଖୋଲ ଗ୍ରାମର ଆଭ୍ୟନ୍ତରୀଣ ଅଂଚଳ ମଧ୍ୟରେ ଥିବା ୧୬ ଏକର ଜଙ୍ଗଲ ଜମି ଉପରେ ଚଢାଉ କରାଯାଇ ୪୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ନଷ୍ଟ ଗଂଜେଇର ଆନୁମାନିକ ମୂଲ୍ୟ ୪ କୋଟି ୮୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଚଢାଉରେ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ତ୍ରିଦେବ ରଥ, ଅବକାରୀ ଇନିସପେକ୍ଟର ବିଜୟ ଧରୁଆ, ଏସଆଇ ରମେଶ ମହାନ୍ତି, ଏସଆଇ ଭଗବାନ ମହାନନ୍ଦିଆ, ରୂପେଶ ମୁଖି ପ୍ରମୁଖ ସାମିଲ ଥିଲେ।

Comments are closed.