ପୁଲିସ ଗାଡି ଦେଖି ଗଞ୍ଜେଇ ମାଫିଆ ଗାଡି ଛାଡି ଚମ୍ପଟ

ମୋହନା: ପୁଲିସ ପାଟ୍ରୋଲିଙ୍ଗ କଲା ସମୟରେ ଗଞ୍ଜେଇ ମାଫିଆ କାର ଛାଡି ଚମ୍ପଟ । ସୂଚନା ପ୍ରକାରେ, ଅଡବା ପୁଲିସ ଦ୍ୱାରା ସନ୍ଧ୍ୟା ୫ଟାରେ ପାଟ୍ରୋଲିଙ୍ଗ କଲା ସମୟରେ ଅଡବା ଥାନା ଅନ୍ତର୍ଗତ କାଟାମା ଗ୍ରାମ ହାଇସ୍କୁଲ ଛକଠାରେ ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ପଟୁ ଆସୁଥିବା ଏକ କାରକୁ ପୁଲିସ ଦେଖି ଅଟକାଇଥିଲା। ମାତ୍ର କାରରେ ବସିଥିବା ଯାତ୍ରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଘଟଣା ସ୍ଥଳରେ ଅଡବା ପୁଲିସ କାରକୁ ଜବତ କରି ଯାଞ୍ଚ କରିବା ସମୟରେ ଉକ୍ତ କାର ମଧ୍ୟରୁ ୮୬ କିଲୋ ଗଞ୍ଜେଇ ଜବତ ହୋଇଥିବା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

Comments are closed.