ଅବକାରୀ ବିଭାଗ ପକ୍ଷରୁ ୪୮ ହଜାର ଗଂଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବରଗାଁ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୬ ଏକର ଜାଗାରେ ହୋଇଥିବା ବେଆଇନ ଗଂଜେଇ ଚାଷ ଉପରେ ଚଢାଉ କରି ୪୮ ହଜାର ଗଂଜେଇ ଗଛ ନଷ୍ଟ କରାଯାଇଛି। ନଷ୍ଟ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ଚାରି କୋଟି ଅଶି ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସୁଶିଲ କହଁର, ଅବକାରୀ ଇନସପେକ୍ଟର ବିଜୟ ଧରୁଆ, ସବଇନିସପେକ୍ଟର ଭଗବାନ ମହାନନ୍ଦିଆ, ଏଏସଆଇ ରୂପେଶ ମୁଖି ପ୍ରମୁଖ ସାମିଲଥିଲେ।