ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଦୁଇ ଦିନରେ ୧୦୬ ଏକର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଲଗାତାର ଭାବରେ ଚଢାଉ କରାଯାଇ ଦୁଇଦିନ ମଧ୍ୟରେ ୧୦୬ ଏକର ଅଞ୍ଚଳରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ମିଳିଥବା ସୂଚନା ମୁତାବକ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧ ବ୍ଳକ ଅନ୍ତର୍ଗତ କନ୍ଧମାଳ ଜିଲ୍ଲା ସୀମାନ୍ତ ଆଭ୍ୟନ୍ତରୀଣ ଜଙ୍ଗଲ ଗୁଡିକରେ ଚଢାଉ କରାଯାଇଥିଲା। ଅବକାରୀ ଇନିସପେକ୍ଟର ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଆମ୍ବଝରୀ ପଂଚାୟତର ଆମ୍ବଖୋଲ ଗ୍ରାମର ଆଭ୍ୟନ୍ତ୍ରରୀଣ ଜଙ୍ଗଲରେ ହୋଇଥିବା ଚଢାଉରେ ୬୧ ଏକର ଅଂଚଳରେ ହୋଇଥିବା ୧୮୩୦୦୦ ଗଂଜେଇ ଗଛ କାଟି ନଷ୍ଟ କରାଯାଇଥିଲା। ସେହିପରି ବଘିଆପଡା ପଂଚାୟତର ସମାପାଜୁ ଜଙ୍ଗଲ ଉପରେ ଚଢାଉ କରାଯାଇ ୪୫ ଏକର ଅଞ୍ଚଳରେ ହୋଇଥିବା ୧୩୫୦୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୩୦ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଚଢାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ସବଇନ୍ସପେକ୍ଟର ରମେଶ ମହାନ୍ତି, ଭଗବାନ ମହାନନ୍ଦିଆ, ଏଏସଆଇ ରୂପେଶ ମୁଖୀ, ବ୍ରହ୍ମାନନ୍ଦ ଭୋଇ ଓ କିଶୋର ଚନ୍ଦ୍ର ନାୟକଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Comments are closed.