ବୋଲେର ଗାଡିରୁ ୫୧ କିଲୋ ଗଞ୍ଜେଇ ଜବତ, ଲୋକ ପ୍ରତିନିଧି ଗିରଫ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ଥମିବାର ନା ଧରୁନି। ଜଣେ ପରେ ଜଣେ ଗଞ୍ଜେଇ ମାଫିଅ ପୁଲିସ ହାତରେ ଧରା ପଡି ଜେଲ ଯାଉଥିଲେ ମଧ୍ୟ ସୁଧୁରିବାର ନାଁ ଧରୁନି। ଅନ୍ୟପଟେ ଏହି ଗ ଗଞ୍ଜେଇ କାରବାରରେ ଅଞ୍ଚଳରେ କିଛି ମାଫିଆ ବାହାର ରାଜ୍ୟ ଓ ଜିଲ୍ଲା ମାନଙ୍କର ଗ ଗଞ୍ଜେଇ ମାଫିଆ ମାନଙ୍କ ସହ ହାତ ମିଳେଇ ଏହି ଗଞ୍ଜେଇ କାରବାର ଜାରି ରଖିଥିବା ପୁଲିସ୍ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି। ବେଧଡକ ଭାବରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକର ଉପାନ୍ତ ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀ ଅଭାବ ଦର୍ଶାଇ ଚୁପ ହୋଇ ବସି ରହିଥିବା ବେଳେ ବାଧ୍ୟ ହୋଇ ଏହି ଗଞ୍ଜେଇ ମାଫିଆ ମାନଙ୍କୁ ଧରିବା ପାଇଁ ଅଣ୍ଟା ଭିଡ଼ୁଛି ପୁଲିସ୍। ଏବେ ଗଞ୍ଜେଇ ଚୋରା ଚାଲାଣରେ ନିର୍ବାଚିତ ଲୋକ ପ୍ରତିନିଧି ସାମିଲ୍ ହେବା ମଧ୍ୟ ପୁଲିସ୍ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଆଜି ଚାଲାଣରେ ଜଣେ ୱାର୍ଡ଼ ମେମ୍ବର ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଗୋଛାପଡା ଥାନା ପୁଲିସ ଏକ ବୋଲେର ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ପ୍ରକାର ଖବର ପାଇ କଟ୍ରିଙ୍ଗିଆ ପଂଚାୟତ ଅନ୍ତର୍ଗତ ବେଲପଦର ଛକ ନିକଟରେ ତନଖୀ ବେଳେ ଗାଡିରୁ ୫୨ କେଜି ଗଞ୍ଜେଇ ପୁଲିସ୍ ଜବତ କରିଛି। ପୁଲିସ୍ କୁ ଦେଖି ଗାଡ଼ିର ଚାଳକ ରାସ୍ତାରେ ଗାଡ଼ି ରଖି ଫେରାର୍ ହୋଇଯାଇଥିବା ବେଳେ ଗାଡ଼ିରେ ଥିବା ଅନ୍ୟଜଣେ ବ୍ୟକ୍ତକୁ ପୁଲିସ୍ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ହେଲେ ମାଟିଘାଟି ଗ୍ରାମର ନିରାକାର ବେହେରା ବୋଲି ଜଣାପଡିଛି।  ସେ କଟ୍ରିଙ୍ଗିଆ ପଞ୍ଚଚାୟତ ୧୫ ନମ୍ବର ୱାର୍ଡ଼ର ୱାର୍ଡ଼ ମେମ୍ବର ବୋଲି ପୁଲିସ୍ ତଦନ୍ତରୁ ଜଣାପଡିଥିବା ଥାନା ଅଧିକାରୀ ତୃପ୍ତି ନାୟକ ସୂଚାନା ଦେଇଛନ୍ତି। ଏନେଇ ଗୋଛାପଡ଼ା ପୁଲିସ୍ ଏକ ମାମଲା ରୁଜୁକରି ଫେରାର୍ ଗାଡ଼ି ଚାଳକକୁ ଧରିବା ପାଇଁ ଜାଲ ବିଛାଇବା ସହିତ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛି।

Comments are closed.