ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଧୁଙ୍ଗିଆମୁଣ୍ଡା ଗ୍ରାମର ସୁଜନ ବେହେରାଙ୍କ ଘରୁ ହରଭଙ୍ଗା ପୁଲିସ ଚଢଉ କରି ୨୦କେଜି ୩ଶହ ଗ୍ରାମର ଓଜନର ଗଞ୍ଜେଇବସ୍ତା ସହ ଏକ ଅଲଟୋ କାରକୁ ଜବତ କରିଛି। ଏହି ଘଟଣାରେ ବନୋଜ ବେହେରା(୨୭)ଙ୍କୁ ଗିରଫ କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧୁଙ୍ଗିଆମୁଣ୍ଡା ଗ୍ରାମରେ ଗଞ୍ଜେଇ ଚୋରାଚାଲାଣ ପାଇଁ ମସୁଧା ଚାଲିଥିବା ନେଇ ହରଭଙ୍ଗା ପୁଲିସ ଖବର ପାଇ ହରଭଙ୍ଗା ଆଇ.ଆଇ.ସି ସୁବାଷ ରାୟଗୁରୁଙ୍କ ନେତୃତ୍ୱରେ ସଦଳବଳେ ପୁଲିସ ଧୁଙ୍ଗିଆମୁଣ୍ଡା ଗ୍ରାମର ସୁଜନ ବେହେରାଙ୍କ ଘରେ ଚଢଉ କରିଥିଲେ। ତାଙ୍କ ଘରୁ ୨୦କେଜି ୩ଶହ ଗ୍ରାମର ଗଞ୍ଜେଇ ବସ୍ତା ଜବତ କରିଥିଲା। ଚୋରାଚାଲାଣରେ ବ୍ୟବହୃତ ଏକ ଅଲଟୋ କାର ଗାଡିକୁ ପୁଲିସ ଜବତ କରିଛି। ସୁଜନ ଫେରାର ଥିବା ବେଳେ ତାଙ୍କ ପୁଅ ବନୋଜକୁ ଗିରଫ କରିବାରେ ପୁଲିସ ସକ୍ଷମ ହୋଇଛି। ଏନେଇ ହରଭଙ୍ଗା ଥାନା କେଶ ନଂ-୧୨୩/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ବନୋଜ ବେହେରାଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଥାନା.ଏ.ଏସ.ଆଇ ପ୍ରାଣବନ୍ଧୁ ସାହୁ ସୂଚନା ଦେଇଛନ୍ତି।

Comments are closed.