ଯେତେ ଧରିଲେ ବି ସରୁନି ; ପୁଣି ପିକ୍ଅପରୁ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ : କନ୍ଧମାଳ ଜିଲାର ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଅଞ୍ଚଳର ପୁଲିସ୍ ପହଞ୍ଚି ଗଞ୍ଜେଇ ମାଫିଆ ଓ ଚୋରା ଚାଲାଣକାରୀମାନଙ୍କ ଗିରଫ କରିଲେ ମଧ୍ୟ ସୁରନି। ଫିରିଙ୍ଗିଆ ପୁଲିସ ଗତକାଲି ଜାଲନୋଟରେ ଗଞ୍ଜେଇ କାରବାର ଘଟଣାର ପର୍ଦ୍ଧଫାଶ କରିଥିବା ବେଳେ ଆଜି ପୁଣି ଆଉ ଏକ ଗଞ୍ଜେଇ ଚାଲାଣ ବେଳେ ଧରିଛି। ଏହି ଘଟଣାରେ ପୁଲିସ ଏକ ବୋଲେରୋ ସହ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ମାଶ୍ରିପଡା ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋ ପିକ୍ ଅପ ଉପୁରେ ଚଢାଉ କରିଥିଲା। ଚଢାଉ ବେଳେ ସେଥିରୁ ୪ଟି ବସ୍ତାରେ ୨ କ୍ବିଣ୍ଟାଲ ଗଞ୍ଜେଇ ପାଇଥିଲା। ଉକ୍ତ ଗଞ୍ଜେଇ କଟ୍ରିଙ୍ଗିଆରୁ ଭୁବନେଶ୍ୱର ଚାଲାଣ ହେଉଥିଲା।  ପୁଲିସ ଗଞ୍ଜେଇ ସହ ପିକ୍ଅପକ ଜବତ କରିବା ସହ ଏଥିରେ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଖଜିରୁପଡା ଥାନା ଅନ୍ତର୍ଗତ ପେନାବାଲି ଗ୍ରାମର ସୁନିଲ କୁମାର ବେହେରା(୨୬), କରଡାକୁମ୍ପା ଗ୍ରାମର ବିଭୁତି ଦିଗାଲ(୨୬), ଝାଡ଼ବଲସକୁମ୍ପା ଗ୍ରାମର ରଞ୍ଜନ ବେହେରା(୩୦) ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଅଂଚଳର ଗୌତମ ବେହେରା(୨୯)। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ ମାମଲା ନଂ ୪୯/୨୦୨୦ ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।

Comments are closed.