ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ୨ ଗିରଫ

0

ଫିରିଙ୍ଗିଆ: ବେଆଇନ ଗଞ୍ଜେଇ ଚାଲଣ କରୁଥିବା ବେଳେ ଫିରିଙ୍ଗିଆ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଘଟଣାସ୍ଥଳରୁ ୪୦ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ କାରବାରରେ ବ୍ୟବହୃତ ହେଉଥିବା କଳା ରଙ୍ଗର ବାଇକ୍ ଓ ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ଦୁଇ ମୋବାଇଲ ଫୋନ ପୁଲିସ ଜବତ କରିଛି । ରେଙ୍ଗାଲିରୁ ଅନୁଗୁଳ ଜିଲାକୁ ବେଆଇନ ଗଞ୍ଜେଇ ଚାଲଣ କରାଯାଉଥିଲା ବୋଲି ଜଣାପଡିଛି ।  ନୂଆପଡା ଶିବ ମନ୍ଦିର ଛକ ନିକଟରୁ ପୁଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଲେ କ୍ରିଷ୍ଣା ରେଡ୍ଡି(୩୭) ଏବଂ ଅଜୟ କୁମାର ଶର୍ମା(୨୬) । କ୍ରିଷ୍ଣା ରେଡ୍ଡି ଏହ ହତ୍ୟା ମାମଲାରେ କଟକ ଚୌଦ୍ବାର ଜେଲରେ ଥିବା ବେଳେ ଗତ କିଛି ବର୍ଷ ତଳେ ସେ ମୁକୁଳି ଥିଲା ।

Leave A Reply