କଣ୍ଟେନରରୁ ୭ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

କଳାହାଣ୍ଡି : ରାୟଗଡା ଜିଲ୍ଲା ମୁନିଗୁଡାରୁ ବିହାର ରାଜ୍ୟ ପାଟଣାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଭବାନୀପାଟଣା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। କଲେଜ ଛକ ଠାରେ କଣ୍ଟେନରକୁ ଅଟକାଇ ଯାଞ୍ଚ କରିବା ସମୟରେ ଏହି ଗଞ୍ଜେଇ ଜବତ ହୋଇଛି। କଣ୍ଟେନର ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ହେଲେ ବିହାର ସମସ୍ତି ନଗରର ପ୍ରମୋଦ କୁମାର ଓ ମହେଶ କୁମାର। ସୂଚନା ଅନୁସାରେ କଣ୍ଟେନରକୁ ଦୁଇ ଭାଗରେ ବିଭକ୍ତ କରି ସିକ୍ରେଟ୍ ବକ୍ସ ତିଆରି କରି ସେଥିରେ ଗଞ୍ଜେଇ ଚୋରା ଚାଲାଣ କରିଥିଲେ। ଜବତ ଗଞ୍ଜେଇ ୭ କ୍ବିଣ୍ଟାଲ ୪୬ କେଜି ଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି।