ଚାଲାଣ ହେବାକୁ ଥିବା ୨୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲାକୁ ଆଖିଆରୁ ବସ ଯୋଗେ ଚୋରା ଚାଲାଣ ହେବାକୁ ଥିବା ୨୨ କେଜି ଗଞ୍ଜେଇକୁ ଅବକାରୀ ବିଭାଗ ଚଢ଼ାଉ କରି ଜବତ କରିଛି। ଗଞ୍ଜେଇ ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଅଂଚଳର ଅନୀଲ ପାତ୍ର ଏବଂ ଟୁକେଇ ପାତ୍ର। ଅବକାରୀ ବିଭାଗ ପକ୍ଷରୁ କୁଆଖିଆ ବଜାରରେ ପେଟ୍ରୋଲିଂ ଚାଲୁଥିବା ସମୟରେ ଖବର ପାଇ ସେଠାରେ ଚଢ଼ାଉ ହୋଇଥିଲା। ତେବେ ଗଞ୍ଜେଇ କେଉଁ ଅଂଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି।

Comments
Loading...