ମହଙ୍ଗା ପଡିଲା ପୁଲିସକୁ ଆକ୍ରମଣ ; ୩୪ ଗଞ୍ଜେଇ ଚାଲଣକାରୀଙ୍କୁ ଗୋଡାଇ ଗୋଡାଇ ଧରିଲା ପୁଲିସ

ମାଲକାନଗିରି : ପୁଲିସ ଉପରକୁ ଆକ୍ରମଣ କରିଥିବା ଗଞ୍ଜେଇ ଚୋରା ଚାଲାଣକାରୀ ଗୋଡାଇ ଗୋଡାଇ ଧରିଛି ପୁଲିସ । ମାଲକାନଗିରି ଜିଲା ମାଥିଲି ପୁଲିସ ମୋଟ୍ ୩୪ ଜଣ ଗଞ୍ଜେଇ ଚୋରା ଚାଲଣକାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୩ ଟନ୍ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇ ଜବତର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଗତ ୫ରେ ଗଞ୍ଜେଇ ଚୋରା ଚାଲାଣକାରୀ ପୁଲିସ ଉପରୁକୁ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣରେ ପୁଲିସର ଜଣେ କନେଷ୍ଟବଲ ଗୁରୁତର ହୋଇଥିଲେ ।

Comments are closed.