ଗଞ୍ଜେଇ ଜବତ ; ୫ ଗିରଫ

0

ସମ୍ବଲପୁର : ସମ୍ବଲପୁରର ଝାରମୁଣ୍ଡା ନିକଟରୁ ରେଢାଖୋଲରେ ପୁଲିସ୍‍  ୯୦ କେ.ଜି ଗଞ୍ଜେଇ ଜବତ କରିଛି । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ପୁଲିସ ଏ ନେଇ ସୂଚନା ପାଇ ରେଢାଖୋଲ ଠାରେ ତଲାସୀ ଆରମ୍ଭ କରିଥିଲା। ସେହି ସମୟରେ ବୌଦ୍ଧରୁ ଆସୁଥିବା ୨ଟି କାରରୁ ୯୦ କେ.ଜି ଗଞ୍ଜେଇ ଜବତ ହୋଇଛି । ଏଥିରେ ସଂପୃକ୍ତ ଥିବା ୫ଜଣଙ୍କୁ ପୁଲିସ ଅଟକ ରଖିଛି । ପୁଲିସ ଅଟକ ରଖିଥିବା ବ୍ୟକ୍ତିମାନେ ହେଲେ ସଞ୍ଜୟ ପ୍ରଧାନ, ହିମାଂଶୁ ଶେଖର ମେହେର, ସଞ୍ଜିବ ପ୍ରଧାନ, ଅକ୍ଷୟ ବାଗ୍‍, ଅଭିମନ୍ୟୁ ସାହୁ । ପୁଲିସଙ୍କ ଦ୍ୱାରା ଗିରଫ ହେବା ପରେ ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

Leave A Reply